top of page
R.jpg_rik=Xbt7JQnkd4ZmZg&riu=http___blog.travelguru.com_wp-content_uploads_Jagannath-Templ

Odia Section

             “ତୁମେ ଯେତେବେଳେ ମନ ଏବଂ ହୃଦୟରେ ଶ୍ରୀ ଅରବିନ୍ଦ ଏବଂ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିପାର ନାହିଁ, ଯେତେବେଳେ ଶ୍ରୀ ଅରବିନ୍ଦଙ୍କୁ ଚିନ୍ତା କରିବା ଅର୍ଥ ମୋତେ ଚିନ୍ତା କରିବା ଏବଂ ମୋତେ ଚିନ୍ତା କରିବା ଅର୍ଥ ନିଶ୍ଚିତ ଭାବରେ ଶ୍ରୀ ଅରବିନ୍ଦଙ୍କୁ ଚିନ୍ତା କରିବା, ଜଣଙ୍କ ମଧ୍ୟରେ ଅନ୍ୟ ଜଣଙ୍କୁ ନିଶ୍ଚିତ ଭାବରେ ଦର୍ଶନ କରିବା, ଯେପରି ଜଣେ ଏବଂ ସେହି ଗୋଟିଏ ଅଭିନ୍ନ (ଅବତାର) ବ୍ୟକ୍ତି, ତେବେ ତୁମେ ଜାଣିବ ଯେ ତୁମେ ଅତିମାନସ ଶକ୍ତି ଓ ଚେତନା ଆଡ଼କୁ ନିଜକୁ ଖୋଲି ଧରିବା ଆରମ୍ଭ କରିଛ। ଶ୍ରୀ ମା/The Mother’s Centenary Works/Vol-13/p-32

          “ଅତିମାନସ ବହୁ ପୂର୍ବରୁ, ବହୁ ପୂର୍ବରୁ ମନ ଭିତରକୁ ଅବତରଣ କରିଛି (ଶ୍ରୀ ମା ଆଲଜେରିଆ ଏବଂ ଶ୍ରୀ ଅରବିନ୍ଦ ଆଲିପୁର୍ ଜେଲରେ ଥିବା ସମୟରେ)  ଏବଂ ଏପରିକି ପ୍ରାଣମଧ୍ୟକୁ ମଧ୍ୟ ଅବତରଣ କରିଛି (ପଣ୍ଡିଚେରୀରେ): ଏହି ଅତିମାନସ ଜଡ଼ ଜଗତରେ ମଧ୍ୟ ପରୋକ୍ଷ ଭାବରେ ଏହି ମଧ୍ୟବର୍ତ୍ତୀ ଜଗତ ଦେଇ କ୍ରିୟାଶୀଳ। ପ୍ରଶ୍ନ ହେଉଛି ଏହି ଅତିମାନସ କିପରି  ଜଡ଼ମଧ୍ୟରେ ପ୍ରତ୍ୟକ୍ଷ ଭାବରେ କ୍ରିୟାଶୀଳ ହୋଇପାରିବ। ଶ୍ରୀ ଅରବିନ୍ଦଙ୍କ କହିବା ଅନୁସାରେ ଏହା ସମ୍ଭବ ହୋଇ ପାରନ୍ତା ଯଦି ତାମସିକ ମନ (physical mind) ଅତିମାନସ ଶକ୍ତିକୁ ଗ୍ରହଣ କରନ୍ତା: ଅତି ସ୍ଥୂଳ ଜଡ଼ମଧ୍ୟରେ ଅତିମାନସ  ଶକ୍ତିର ପ୍ରତ୍ୟକ୍ଷ କ୍ରିୟାନିମନ୍ତେ ତାମସିକ ମନ ଯନ୍ତ୍ର ହୁଅନ୍ତା। ରୂପାନ୍ତରିତ ତାମସିକ ମନର (ଜପ ଦ୍ଵାରା ତାମସିକ ମନର ରୂପାନ୍ତର ସମ୍ଭବ) ଅତିମାନସକୁ ଧାରଣ କରିବାର ସାମର୍ଥ୍ୟକୁ ଶ୍ରୀ ଅରବିନ୍ଦ ଆଲୋକିତ ମନ (Mind of Light) ବୋଲି କହୁଥିଲେ।... ଶ୍ରୀ ଅରବିନ୍ଦ ସ୍ଥୂଳ ଦେହ ତ୍ୟାଗ କରୁକରୁ ମୋ (ଶ୍ରୀ ମା’ଙ୍କ) ମଧ୍ୟରେ ଏହି ଆଲୋକିତ ମନ ଉପଲବ୍ଧ ଏବଂ କ୍ରିଯାଶୀଳ ହୋଇଥିଲା। ଅର୍ଥାତ୍ ଅତିମାନସ ଶକ୍ତି ଏହି ସ୍ଥୂଳ ଶରୀର ମଧ୍ୟରେ ପ୍ରତ୍ୟକ୍ଷ ଭାବରେ କ୍ରିଯାଶୀଳ ହେଲା। ” ଶ୍ରୀ ମା/The Mother’s Centenary Works/Vol-13/p-62-63

            

            “ଏହା କେବେ ଭୁଲିଯିବା ନାହିଁ ଯେ, ଆଶ୍ରମ ଭିତରେ ଓ ବାହାରେ, ଯଦି ତୁମେ ଏକ ସୁଖୀ ଜୀବନଯାପନ କରିବାକୁ ଚାହଁ, ତେବେ ତୁମକୁ ତୁମର ନିମ୍ନ ପ୍ରକୃତିର ପ୍ରଭୁ ହେବାକୁ ପଡିବ ଏବଂ ତୁମ କାମନା ଏବଂ ପ୍ରାଣିକ ଆବେଗକୁ ନିୟନ୍ତ୍ରଣ କରିବାକୁ ପଡିବ; ନଚେତ୍ ତୁମ ଦୁଃଖ ଏବଂ ଅସୁବିଧାର କୌଣସି ଅନ୍ତ ରହିବନାହିଁ।"

ଶ୍ରୀ ମା

The Mother’s Centenary Works/Vol-14/p-255

            “ଆଶ୍ରମ କେବଳ ଯୋଗ ପାଇଁ ଏବଂ ଏକ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ପାଇଁ ବିଦ୍ୟମାନ; ଏହା ଏକ ରାଜନୈତିକ କିମ୍ବା ସାମାଜିକ କିମ୍ବା ଧାର୍ମିକ ଅନୁଷ୍ଠାନ ନୁହେଁ ଏବଂ ଏହା ଏହି ସମସ୍ତ କାର୍ଯ୍ୟକଳାପରୁ ଦୂରେଇ ରହିଥାଏ, ଏହାର ଅସ୍ତିତ୍ୱ ପାଇଁ ଏହି ନିବାରଣ ନିହାତି ଆବଶ୍ୟକ| ଯଦି କୌଣସି ଆଶ୍ରମ ସଦସ୍ୟ ରାଜନୀତି, ପରିବାର ଓ ଧର୍ମ ସହିତ ଜଡ଼ିତ ହୁଅନ୍ତି, ଏହା ନିଜେ ଆଶ୍ରମ ପରିଚାଳନାକୁ କ୍ଷତି କରେ ଏବଂ ଏହାର କାର୍ଯ୍ୟକଳାପ ଯୁକ୍ତିଯୁକ୍ତ ମନେହୁଏନାହିଁ, ଏବଂ ଯଦି ସେହି ପ୍ରକାରର ପ୍ରଭାବ କିମ୍ବା ଆସକ୍ତି ଭାବନା ସୃଷ୍ଟି ହୁଏ, ତେବେ ଏହାର ପରିଣାମ ଗମ୍ଭୀର ଆଧ୍ୟାତ୍ମିକ ପତନ ହୋଇପାରେ |”

ଶ୍ରୀ ଅରବିନ୍ଦ

CWSA-35/Letters on Himself and the Ashram/p-690

            “ଏହି ଆଶ୍ରମ ଯୋଗ ପାଇଁ ଉଦ୍ଦିଷ୍ଟ, ସଙ୍ଗୀତ ମନୋରଞ୍ଜନ କିମ୍ବା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକଳାପ ପାଇଁ ନୁହେଁ। ଯେଉଁମାନେ ଆଶ୍ରମରେ ରହୁଛନ୍ତି ସେମାନେ ନୀରବ ଏବଂ ଶବ୍ଦ ବିହୀନ ଭାବରେ ବଞ୍ଚିବା ପାଇଁ ଅନୁରୋଧ କରାଯାଏ ଏବଂ ଯଦି ସେମାନେ ନିଜେ ଧ୍ୟାନ କରିବାକୁ ସକ୍ଷମ ନୁହଁନ୍ତି, ତେବେ ସେମାନେ ଅନ୍ତତଃ ଅନ୍ୟମାନଙ୍କୁ ଧ୍ୟାନ କରିବା ପାଇଁ ଛାଡି ଦେବା ଆବଶ୍ୟକ।”

ଶ୍ରୀ ମା,

TMCW-13/Words of the Mother-I/p-116

              “କୌଣସି ସାମାଜିକ କିମ୍ବା ପାରିବାରିକ କର୍ତ୍ତବ୍ୟ ତୁଳନାରେ ଈଶ୍ୱରଙ୍କ ପ୍ରତି କର୍ତ୍ତବ୍ୟ ଅଧିକ ପବିତ୍ର; ଏହା ଅଧିକ ପବିତ୍ର କାରଣ ମାନବର ସାମୂହିକ ଜୀବନ ଭିତରେ ଏହାକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଏ କିମ୍ବା ଭୁଲ ବୁଝାଯାଏ ।“

ଶ୍ରୀ ମା,

TMCW-14/Words of the Mother-II/p-286

             “ଏହି ଆଶ୍ରମର ହିନ୍ଦୁ ଧର୍ମ ଓ ସଂସ୍କୃତି କିମ୍ବା ଅନ୍ୟ ଧର୍ମ ଓ ଦେଶ ସହିତ କୌଣସି ସମ୍ପର୍କ ନାହିଁ| ପ୍ରତ୍ୟେକ ଧର୍ମର ପଛରେ ଥିବା ଆଧ୍ୟାତ୍ମିକ ବାସ୍ତବତା ହେଉଛି ଦିବ୍ୟ ସତ୍ୟ ଏବଂ ଏଠାରେ ଭବିଷ୍ୟତର ସକଳ କର୍ମର ଭିତ୍ତି ଭୂମି ହେଉଛି ଏକମାତ୍ର ଅତିମାନସ ଶକ୍ତିର ଅବତରଣ ଯାହା ଯେକୌଣସି ଧର୍ମ ନିମନ୍ତେ ଅଜଣା|”

ଶ୍ରୀ ଅରବିନ୍ଦ

CWSA-35/Letters on Himself and the Ashram/p-701

           “ଆମେ ଏଠାରେ ସମସ୍ତ କାମନା ଓ ବାସନା ତ୍ୟାଗ କରି ଈଶ୍ଵରଙ୍କ ଆଡକୁ ମୁହାଁଇବା ଏବଂ ଈଶ୍ଵରଙ୍କ ପ୍ରତି ସଚେତନ ହେବା ପାଇଁ ଆସିଛୁ । ଆମ ଜୀବନରେ ଈଶ୍ଵରଙ୍କୁ ଅନୁଭବ କରିବା ଏବଂ ପ୍ରକାଶ କରିବା ହେଉଛି ପ୍ରକୃତ ମାର୍ଗ, ପଶୁବତ୍ ବିଲେଇ ଏବଂ କୁକୁର ପରି ଜୀବନ ବଞ୍ଚିବା ନୁହେଁ।”

ଶ୍ରୀ ମା

The Mother’s Agenda-30.03.1972

        

© 2009-2023 The Mother's International Centre Trust. All quotations and photographs of The Mother and Sri Aurobindo are copyright of Sri Aurobindo Ashram Trust, Pondicherry, India.

bottom of page